ମମତାଙ୍କ ଗଡ ଏକ୍‌ଜିଟ୍ ପୋଲରେ ସୁରକ୍ଷିତ, କେରଳରେ ବିଜୟନ୍ ତାମିଲନାଡୁରେ ହୋଇପାରେ ପରିବର୍ତନ

ମମତାଙ୍କ ଗଡ ଏକ୍‌ଜିଟ୍ ପୋଲରେ ସୁରକ୍ଷିତ, କେରଳରେ ବିଜୟନ୍ ତାମିଲନାଡୁରେ ହୋଇପାରେ ପରିବର୍ତନ

ଗତକାଲି ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ସରିବାପରେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି ।  ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନା ଅନୁଯାୟୀ ପଶ୍ଚିମବଙ୍ଗରେ ମମତାଙ୍କ ଶସକ ଦଳ ଟିଏସି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ବୋଲି  ଆକଳନା କରାଯାଇଛି । ତବେ ପ୍ରାୟତ ମୁଖ୍ୟମନ୍ତ୍ରୀ ମମତା ତୃତ୍ୱୀୟ ଥର ପାଇଁ ସରକାର ଗଠନ କରିବେ ବୋଲି ଆକଳନ କରିଛନ୍ତି । ସେହିପରି କେରଳରେ ପିନାରାୟ ବିଜୟନ ଦ୍ୱିତ୍ୱୀୟ ଥର ପାଇଁ ବହୁମତରେ ସରକାର ଗଠନ କରିବେ ବୋଲି ମଧ୍ୟ ଏକ୍‌ଜିଟ୍ ପୋଲରୁ ଜଣା ପଡିଛି । ତାମିଲନାଡୁରେ ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ପୁର୍ବ ହସ୍ତି ଜୟଲଳିତା ଏବଂ ଏମ. କରୁନାନିଧୀଙ୍କ ଉପସ୍ଥିତିରେ ତାଙ୍କର ପରବର୍ତୀ ପିଡି ମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଭୋଟର ମାନେ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀଙ୍କୁ ପ୍ରତ୍ୟାଖ୍ୟାନ କରି ଟିଏମକେ ଏବଂ କଂଗ୍ରେସ ମେଣ୍ଟକୁ ଜନତା ସରକାରକୁ ଆଣୁଛନ୍ତି ଆକାଳନ କରିଛନ୍ତି ସର୍ବେକ୍ଷଣ ସଂସ୍ଥା ।

ତେବେ ପଶ୍ଚିମବଙ୍ଗ, ତାମିଲନାଡୁଏବଂ କେରଳରେ ବିଜେପି ଦୁର୍ବଳ ପ୍ରଦର୍ଶନ କରିବା ବୋଲି ଆକଳନ କରିବା ପରେ ଆସାମରେ ବିଜେପି ନିଜର ସରକାର ବଚଂଇବାକୁ ସମର୍ଥ ହେବ ବୋଲି ଆକଳନ କରାଯାଇଛି । ଏଠାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ବାବରେ ବିଜେପିକୁ ବିଶଷ ଟକ୍କର ଦେଇପାି ନାହିଁ । 

ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ଦଳର ସମସ୍ତ ପ୍ରମୁଖ ନେତାମାନେ ଆସି ପ୍ରଚାର କରିବା ସହିତ ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ବେଙ୍ଗଲ ଆସି ଦିଦିଙ୍କୁ ଟାର୍ଗେଟ କରିଥିଲେ । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ଚରମ ମୁକାବିଲା ଦେଖାଯାଇଥିଲା ମଧ୍ୟ ଏକ୍‌ଜିଟ୍ ପୋଲ ବିଜେପିକୁ ନିରାଶ କରିଛି । 

କେରଳରେ ଇତିହାସର ପୁନରାବୁର୍ତି ହୋଇଛି । ବାମଦଳର ଏହି ଗଡକୁ ଭେଦିପାରି ନାହିଁ ବିଜେପି ଏବଂ କଂଗ୍ରେସ ମଧ୍ୟ ଶାନ୍ତ ପଡିଝାଇଛି ଏଠି । ବିଜେପି ପକ୍ଷରୁ କେରଳରେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନଙ୍କୁ ବିଜେପି ନିଜର ଚେହେରା ରୁପରେ ଅବତାରଣ କରିଥିଲେ ମଧ୍ୟ ଏହା ଲୋକ ମାନଙ୍କୁ ପ୍ରଭାବିତ କରିପାରି ନାହିଁ । 

କିଛି ଦିନ ତଳେ ପଡୁଚେରିରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ବେଳେ ଦଳ ଆଉଥରେ କ୍ଷମତାକୁ ନଫେରି ପାରେ ବୋଲି ଆକଳନ କରାଯାଇଛି । 

Leave a Reply

Your email address will not be published. Required fields are marked *