
ଆଉ ମାତ୍ର କିଛି ସମୟର ଅପେକ୍ଷା । ଜଣାପଡ଼ିବ ଏଥର କିଏ ମାରିବ ବାଜି, କାହାର ହେବ ଜିତାପଟ୍, କିଏ ଗଢିବ ସରକାର? ଆଜି ସକାଳ ୮ଟାରେ ଆରମ୍ଭ ହେବ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହେବ ।
ଏଥିପାଇଁ ସୁରକ୍ଷା ବଳୟ ଭିତରେ ପାଞ୍ଚଟି ରାଜ୍ୟର ଭୋଟ ଗଣତି କେନ୍ଦ୍ର । ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ। କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାର ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରାଯାଇଛି ।
ସେହିଭଳି କେରଳରେ କ୍ଷମତା ଏଲଡିଏଫ୍ ହାତରେ ରହିବ ଓ ତାମିଲନାଡ଼ୁରେ ଏଆଇଏଡିଏମକେକୁ ଧରାଶାୟୀ କରି ଷ୍ଟାଲିନଙ୍କ ଡିଏମକେ ଗାଦି ହାତେଇବ ବୋଲି ଯେଉଁ ଆକଳନ କରାଯାଉଛି ତାହା କେତେ ସତ ପ୍ରମାଣିତ ହେବ ତାକୁ ହିଁ ଅପେକ୍ଷା ।