
ସମଗ୍ର ଭାରତ କରୋନା କହର କାବୁରେ ବୁଡିକି ଅଛି । ଏହି ସମୟରେ ବିଭିନ୍ନ ରାଜ୍ୟରେ ରୋଗିଙ୍କ ସଂଖ୍ୟା ଅହେତୁକ ଭାବରେ ବଢିଚାଲିଥିଲା ବେଳେ ମେଡିକାଲରେ ରୋଗିଙ୍କୁ କେଉଁଠି ବେଡ ମିଳିନି ତ କେଉଁଠି ରୋଗି ମାନେ ଅକ୍ସିଜେନ ଅଭାବରେ ମୃତ୍ୟୁ ବରଣ କରୁଛନ୍ତି । ଭାରତର ଏହି ଅକାଳ ସମୟରେ ସାହାଯ୍ୟ କରିବାକୁ ବିଭିନ୍ନ ମିତ୍ର ଦେଶ ଆଗେଇ ଆସିଥିୁଲା ବେଳେ ଏପ୍ରିଲ ୨୮ ତାରିଖରୁ ମେ ୨ ତାରିଖ ମଧ୍ୟରେ ୩୦୦୦ ଟନ୍ ର ମେଡିକାଲ ସାମଗ୍ରୀ ଦିଲ୍ଲୀ ଏୟାର ପୋର୍ଟରେ ମହଯୁଦ ହୋଇଥିଲା ବେଳେ କେନ୍ଦ୍ର ସରକାର ମେ ୨ ରେ ଏକ ଏସଓପି ଜାରି କରି ଏହି ସାମଗ୍ରୀ ଗୁଡିକର ବିତରଣ ଆରମ୍ଭ କରିଛନ୍ତି ।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୨୪ ପ୍ରକାରର ୪୦ ଲକ୍ଷ ବିଭିନ୍ନ ସାମଗ୍ରୀ ୩୧ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ବିତରଣ କରାଯାଇଥିଲା ବେଳେ ଦେଶର ୩୮ ରୁ ଉର୍ଦ୍ଧ ମେଡିକାଲ ନିକଟରେ ଏହି ସାମଗ୍ରୀ ପହଁଚି ସାରିଥୀବା ସରକାର କହଛନ୍ତି । ସୁତ୍ରରୁ ଜଣା ପଡିଛି ଯେ ୧୬୫୬ ଟି କନ୍ସନଟ୍ରେଟର ଏବଂ ୨୦ ଟି ବଡ ସାଇଜ୍ ର କନ୍ସନଟ୍ରେଟର , ୯୬୫ ଟି ଭେଣ୍ଟିଲେଟର , ୩୫୦ ବଡ ସିଲିଣ୍ଡର ଏବଂ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ଔଷଧ ସାମଗ୍ରୀ ବିଭିନ୍ନ ରାଜ୍ୟକୁ ବିତରଣ ହୋଇଛି ।
ତେବେ ୟୁପି , ଗୁଜୁରାଟ, ମଧ୍ୟ ପ୍ରଦେଶ ଭଳି ରାଜ୍ୟ ନିକଟରେ ସାହାଯ୍ୟ ସାମଗ୍ରୀ ପହଁଚିଥିବା ସେମାନେ କହିଥିବା ବେଳେ ପଞ୍ଜାବ, ରାଜସ୍ଥାନ, ଏବଂ ଝାଡଖଣ୍ଡ ଭଳି ରାଜ୍ୟ ସାହାଯ୍ୟ ସାମଗ୍ରୀ ବିଷୟରେ କିଛି ଜାଣି ନଥିବା ସେମାନେ କହିଛନ୍ତି । ସେହିପରି କେରଳ ଏବଂ ତେଲେଙ୍ଗାନା ପରି ରାଜ୍ୟ କିଛି ମେଡିକାଲ ସାମଗ୍ରୀ କେନ୍ଦ୍ର ନିକଟରୁ ପାଇଥିଲା ବେଳେ ସେମନେ ସେ ସାମଗ୍ରୀ ଗୁଡିକ ବିଦେଶରୁ ଆସିଥିବା ସାହାଯ୍ୟ ସାମଗ୍ରୀ କି ନାହିଁ କିଛୀ କହିପାରି ନାହାନ୍ତି ।
କେନ୍ଦ୍ର ସରକାର ଏହି ସାମଗ୍ରୀ ଗୁଡିକର ବିତରଣରେ ଡେରି କରିଥୀବା ଅଭିଯୋଗ ହେଉଥିିଲା ବେଳେ କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ ଏଥିରେ କୌଣଷି ବିଳମ୍ବ କରାଯାଇ ନାହିଁ ଏହି ସବୁ ସାମଗହ୍ରୀ ପହଁଚିବା ମାତ୍ରେ ତୁରନ୍ତ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଥିଲା ।

