
ମେ ୮ରୁ ୧୬ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ସରକାର । କେରଳରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ମେ ୮ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ଲକଡାଉନ୍ ଲାଗୁ ହେବ ।
କେରଳରେ କରୋନା ପୂର୍ବ ଆଜି ସବୁ ରେକର୍ଡ ଭାଙ୍ଗି ଦିନକରେ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି ।
ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ।
ମେ ୮ ସକାଳ ୬ରୁ ଲକଡାଉନ୍ ୧୬ ତାରିଖ ଯାଏ ବଳବତ୍ତର ରହିବ । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ସମସ୍ତେ ଲକଡାଉନ୍ ମାନିବା ଲାଗି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ନିବେଦନ କରିଛନ୍ତି