
ଆନ୍ଧ୍ରପ୍ରଦେଶ ଷ୍ଟ୍ରେନର ଅଧିକ ଭୟଙ୍କର ରୂପ ପାଇଁ ଆନ୍ଧ୍ର ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲା ପ୍ରଶାସନ ୧୩ଟି ଚେକ୍ ପୋଷ୍ଟ ପଏଣ୍ଟକୁ ସିଲ୍ କରିଛି।
ଚେକ୍ ପୋଷ୍ଟ ଦେଇ ଯାଉଥିବା ଯାନଗୁଡିକ କଡ଼ାକଡ଼ି ଭାବେ ଯାଞ୍ଚ ହେଉଛି ଜ୍ଝ କେବଳ ବୈଧ ଦଲିଲ ଥିବା ଜରୁରୀକାଳୀନ ଯାନଗୁଡିକ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି ବୋଲି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି।
ଦୁଇ ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବରେ ଆରଟିପିସିଆର ପରୀକ୍ଷା କରିବାକୁ ପଡିବ କିମ୍ବା ୧୪ ଦିନିଆ ବାଧ୍ୟତାମୂଳକ କ୍ୟାରେଣ୍ଟାଇନ ଶେଷ କରିବା ପରେ ଟୀକାକରଣ କରିବାକୁ ପଡିବ ବୋଲି କୁହାଯାଇଛି। ଜିଲ୍ଲାପାଳ ସୀମାରେ ଥିବା ବିଭିନ୍ନ ଚେକ୍ ପଏଣ୍ଟ ପରିଦର୍ଶନ କରି ଡ୍ୟୁଟିରେ ଥିବା ପୋଲିସ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଚେକ ପଏଣ୍ଟରେ ନଜର ରଖିବାକୁ ସରକାର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ବ୍ୟକ୍ତି ସରକାର ଧାର୍ଯ୍ୟ କରିଥିବା କରୋନା ଗାଇଡଲାଇନ ଅବମାନନା କରନ୍ତି ତେବେ କାହାକୁ ରାଜ୍ୟ ସୀମା ପାର କରିବାକୁ ଅନୁମତି ଦେଉ ନାହୁଁ ବୋଲି ଜିଲ୍ଲାପାଳ କହିଛନ୍ତି।
ଆନ୍ଧ୍ରରେ ଚିହ୍ନଟ ହୋଇଥିବା ଷ୍ଟ୍ରେନ୍ ଅଧିକ ସଂକ୍ରାମକ ଏବଂ ମାରାତ୍ମକ ଅଟେ ଯାହା ରୋଗୀଙ୍କୁ ମାତ୍ର ୩-୪ ଦିନ ମଧ୍ୟରେ ଏକ ଗୁରୁତର ଅବସ୍ଥାରେ ପହଞ୍ଚାଇଥାଏ ବୋଲି ସେ କହିଛନ୍ତି। ଦୁଇ ପଡୋଶୀ ରାଜ୍ୟରୁ ଯାତ୍ରୀଙ୍କ ଯାତାୟତ ଯାଞ୍ଚ କରିବା ପାଇଁ ରାଜ୍ୟସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ୧୪ ଦିନିଆ ଅନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିବାକୁ ପଡିବ।
ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ସମେତ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିଜ ନିଜ ଅଧୀନରେ ଥିବା ସୀମାରେ ଚେକ୍ ପୋଷ୍ଟ ସ୍ଥାପନ କରିବା ଏବଂ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।