
ଢେଙ୍କାନାଳ ବସୁଲେଇ ଗାଁରେ ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ । ସୁଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନା । ଅଂଜନାଙ୍କ ସ୍ୱାମୀ ୬ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅଂଜନା ନିଖୋଜ ଥିଲେ । ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିଲାବେଳେ ଆଜି ସକାଳେ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରିଛି ।
। ସ୍ଥାନୀୟ ଲୋକଙ୍କ ଅନୁସାରେ ଅଂଜନା ଦୀର୍ଘଦିନ ଧରି ମାନସିକ ଚାପରେ ଥିଲେ । ତେବେ ଏକ ଇଲେକ୍ଟ୍ରିକ୍ ତାରରେ ଅଂଜନାଙ୍କ ମୃତଦେହ ଝୁଲିଥିବା ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଜାରି ରହିଛି ତଦନ୍ତକାରୀ ଟିମ୍ର ତନାଘନା