କୋରାପୁଟ ପୋଲିସ ୧୦୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା-

କୋରାପୁଟ ପୋଲିସ ୧୦୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା-

ରାଜ୍ୟରେ କରୋନା ସକ୍ରମଣର ମାମଲା ରୋକିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ଏଗୁଡିକୁ ପାଳନ କରିବାକୁ ଓଡିଶା ପୋଲିସ ଯାଗା ଯାଗାରେ ବ୍ୟରିକେଡ୍ ଲଗାଇ ଚେକ୍ କରୁଛି ଏବଂ ପେଟ୍ରୋଲିଂ କୁ ଅଧିକ ସକ୍ରିୟ କରିଛି । ତେବେ ଏହି ସମୟରେ ନଶା ସାମଗ୍ରୀ ଗୁଡିକୁ ଚାଲାଣ କରିବାକୁ ସକ୍ଷମ ହେଉନାହାନ୍ତି ଚାଲାଣ କାରି । ଆଜି ପୁଣି ଥରେ କୋରାପୁଟ ପୋଲିସ ଜବତ କରିଛି ୧୨୫ କେଜି ଗଞ୍ଜେଇ ଚାଲାଣ ସମୟରେ ଜବତ କରିଛି । 

ରାଜ୍ୟରେ ନିଶା ଦ୍ରବ୍ୟର ଚୋରା ଚାଲାଣ ବେଧଡକ ଚାଲିଥିବା ବେଳେ ପୋଲିସ ଏବେ ସଜାଗ ହୋଇ ଉଠିଛି । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୁଇଣ୍ଟାଲ କୁଇଣ୍ଟାଲ ନିଶାଦ୍ରବ୍ୟ ଏବଂ ଚୋରା ମଦ ଜବତ ହେଉଥିବା ଦେଖିବାକୁ ମିଳୁଛି । 

ଆଜି ଏକ ଇନୋଭା କାରରେ ଚାଲାଣକାରି ମାନେ କାର ବୋଝେଇ ଗଞ୍ଜେଇ ନେଇ ଯାଉଥିବା ସମୟରେ ସେମନଙ୍କୁ କୋରାପୁଟ ପୋଲିସ କାବୁ କରିଛି । ଏହି ଘଟଣା ବିଷୟରେ କୋରାପୁଟ ପୋଲିସ ନିଜର ଟ୍ୱିଟର ହ୍ୟଣ୍ଡେଲରେ ସୂଚନା ଦେଇଛନ୍ତି । ପୋଲିସ ଗଞ୍ଜେଇ ଭର୍ତି ଗାଡିକୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *