
ସମ୍ପୁର୍ଣ୍ଣ ଭାରତ କରୋନାର ଦ୍ୱିତ୍ୱୀୟ ଲହର ସହିତ ସସଗ୍ରାମ କରୁଥିବା ବେଳେ ଆଜି କରୋନାର ସାମ୍ଭାବ୍ୟ ତୃତ୍ୱୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତୁତ ରହିବାକୁ ଆଜି ସୁପ୍ରିମକୋର୍ଟ କହିଛନ୍ତି ।
ତେବେ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ବିଶେଷଜ୍ଞ ମାନଙ୍କ ଆକଳନ ଅନୁିଯାଇ ଆମେ କରୋନାର ତୃତ୍ୱୀୟ ପର୍ଯ୍ୟାୟରେ ପ୍ରବେଶ କରିପାରନ୍ତି ଏବଂ ଏବେଠାରୁ ଆମେ ପ୍ରସ୍ତୁତ ରହିଲେ ତାହାର ମୁକାବିଲା କରିପାରିବା । ଏହ ସହିତ ସୁପ୍ରିମକୋର୍ଟ କହିଥିଲେ ସରକାର ଯାହା ଷ୍ଟକ ମହଜୁଦ ରଖିଛନ୍ତି ତାକୁ ରାଜ୍ୟ ନୁହେଁ ବରଂ ଆବଶ୍ୟକ ଭିର୍ତିରେ ମେଡିକାଲ ଗୁଡିକୁ ପ୍ରଦାନ କରାଯିବା ଉଚିତ । ସେହିପରି ଦିଲ୍ଲୀକୁ ୭୦୦ ମେଟ୍ରୀକ ଟନ୍ ଅକ୍ସିଜେନ ପ୍ରଦାନ ଲାଗି ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ।
ଏହି ସମୟରେ ସୁପ୍ରିମକୋର୍ଟର ଏହି ବେଞ୍ଚ କହିଥିଲେ ଯେ ଅକ୍ସିଜେନ ଉତ୍ପାଦନ ବୃଦ୍ଧିରେ ଅସୁବିଧା କେଉଁଠି । ଯଦି ଏହାର ଆବଶ୍ୟକତା ନାହିଁ ତେବେ ତାକୁ ଗଛିତ କରାଯାଇ ପାରିବ ଏବେ ସେତେବେଳେ କୁହାଯାଇ ପାରିବ ଯେ ଅକ୍ସିଜେନ ପାଇଁ କୌଣଷୀ ଚିନ୍ତା କରିବାର ନାହିଁ । ଏହା ସହିତ ଦିଲ୍ଲୀରେ ଏକ ଅକ୍ସିଜେନର ବଫର ଷ୍ଟକ କରିବାକୁ ସେ କହିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାନ ପରାମର୍ଷଦାତା ଡ. କେ ଭି ବିଜୟ ରାଘବନ୍ ଭାରତରେ ତୃତ୍ୱୀୟ ଲହର ନିଶ୍ଚିତ ଆସିବ ଏବଂ ଏହା କେତେବେଳେ ଆସିବ ତାହା ଅନୁମାନ ମଧୟ କରି ହେବନି ବୋଲି କହିଥିଲେ ଏବଂ ଆଜି ସୁପ୍ରିମକୋର୍ଟ ତାଙ୍କରୀ କଥାରୁ ଉଦୃତ କରି ଏହି ମନ୍ତବ୍ୟ ଦେଇଛନ୍ତି ।
କେନ୍ଦ୍ରର ପକ୍ଷ ରଖିବାକୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀକୁ ୭୩୦ ମେଟ୍ରିକ୍ ଟନ୍ ଯୋଗାଣ ନିଶ୍ଚିତ କରିଛି । ଏହା ସହିତ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ଯୋଜନାକୁ ମଧ୍ୟ ଦାଖଲ କରିଥିଲେ ।

