କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ସର୍ତକ କରାଇଲା,  ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ଆଶଙ୍କା

କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ସର୍ତକ କରାଇଲା, ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ଆଶଙ୍କା

ଅଭୟାରଣ୍ୟ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ରହିଛି । ସଂକ୍ରମିତ ମନୁଷ୍ୟଙ୍କ ଠାରୁ କରୋନା ବ୍ୟାପିବା ଆଶଙ୍କା ରହିଛି । ଏନେଇ ସବୁ ରାଜ୍ୟର ପିସିସିଏଫଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ଚିଠି ଲେଖିଛନ୍ତି । ଆବଶ୍ୟକ ସର୍ତକତାମୂଳକ ପଦକ୍ଷେପ ନେବାକୁ ମନ୍ତ୍ରାଳୟ ଚିଠି ଲେଖିଛନ୍ତି ।

ପର୍ଯ୍ୟଟକଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମିତ କର୍ମଚାରୀଙ୍କ ଠାରୁ ପଶୁପକ୍ଷୀଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଛି ।

ଡ୍ୟୁଟି ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ମନ୍ତ୍ରାଳୟ କହିଛି । ସମ୍ମୁଖ କର୍ମୀ, ପ୍ରାଣୀ ଚିକିତ୍ସକଙ୍କୁ ନେଇ ଟାସ୍କଫୋର୍ସ ଟିମ ଗଠନ କରିବାକୁ କୁହାଯାଇଛି । କରୋନାରେ ସିଂହଙ୍କ ମୃତ୍ୟୁ ସୂଚନା ପରେ ଏହି ପଦକ୍ଷେପ ମନ୍ତ୍ରାଳୟ ନେଇଛି

Leave a Reply

Your email address will not be published. Required fields are marked *