
ଦିନକୁ ଦିନ ରାଜ୍ୟରେ ଅଣାୟତ ହେବାରେ ଲାଗିଛି କରୋନା ପରିସ୍ଥିତି । ତେବେ ଏହି କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହି ତିନୋଟି ଜିଲ୍ଲା ହେଲା ପୁରୀ, ସୁବର୍ଣ୍ଣପୁର ଓ ସମ୍ବଲପୁର ପୁରୀ ନିମନ୍ତେ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଓ ସମ୍ବଲପୁର ସକାଶେ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ ।
ପୁରୀ ଜିଲ୍ଲାକୁ ପୂର୍ବରୁ ରାଜ୍ୟ ସରକାର ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଦେଇଥିଲେ । ଏବେ ୨ କୋଟି ଘୋଷଣା କରାଯାଇଥିବାରୁ ପୁରୀ ଜିଲ୍ଲା ୧୬.୫୯ କୋଟି ଟଙ୍କା ପାଇପାରିବ । ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ପୂର୍ବରୁ ଅଢେ଼ଇ କୋଟି ଟଙ୍କା ଘୋଷଣା ହୋଇଥିବାବେଳେ ଏବେ ଆଉ ୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାକୁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବାବେଳେ ଏବେ ଆଉ ୪ କୋଟି ୬୨ ଲକ୍ଷ ୮୦ ହଜାର ୬୯୨ ଟଙ୍କା ଦିଆଯାଇଛି ।