ଆଇପିଏଲ୍‌ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ: –

ଆଇପିଏଲ୍‌ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ: –

କରୋନା ଭାଇରସ ସଂକ୍ରମଣ ବଢ଼ିବାରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୧କୁ କିଛି ଦିନ ପୂର୍ବରୁ ଅଧାରୁ ସ୍ଥଗିତ କରି ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଖେଳାଳି ଏବଂ ଟିମ୍ କର୍ମଚାରୀମାନେ କ୍ରମାଗତ ଭାବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ଆଇପିଏଲ୍‌ର ବାକି ମ୍ୟାଚ୍ ଆୟୋଜନ ହୋଇପାରେ । 

ଇଂଲିଶ କାଉଣ୍ଟ କ୍ରିକେଟର ୪ ପ୍ରମୁଖ ଟିମ ମିଡଲସେକ୍ସ, ସର୍ରେ, ୱାରୱିକଶର ଏବଂ ଲଂକାଶର ଆଇପିଏଲ ୨୦୨୧ର ଶେଷ ମ୍ୟାଚଗୁଡ଼ିକ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଇଏସ୍‌ପିଏନ୍ କ୍ରିକଇନଫୋ ଅନୁସାରେ ୪ଟି ଟିମ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେପଟେମ୍ବରର ୨ୟ ସପ୍ତାହରେ ଟୁର୍ଣ୍ଣାମେଣ୍ଟକୁ ପୂରା କରିବାକୁ କହିଛନ୍ତି । ଆଇସିସି ମୁଖ୍ୟ କାର୍ଯ୍ୟକାରୀଙ୍କ ବୈଠକରେ ବିସିସିାଇ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି । 

ସୂଚନାଯୋଗ୍ୟ, ୫୨ ଦିନ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ ଆସନ୍ତା ୩୦ ତାରିଖରେ ଅହମଦାବାଦରେ ଶେଷ ହୋଇଥାନ୍ତା । ଏହାରି ମଧ୍ୟରେ ୨୪ ଦିନ କ୍ରିକେଟ ଖେଳାଯାଇଛି ଏବଂ ୨୯ଟି ମ୍ୟାଚର ଆୟୋଜନ ହୋଇପାରିଛି ।

Leave a Reply

Your email address will not be published. Required fields are marked *