
ଆଜି ପୁଣି ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଆକ୍ରମଣର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ଆକ୍ରମଣରେ ଆହତ ସେବାୟତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବାରମ୍ବାର ଜଗା ଦୁଆରରେ ଏପରି ଘଟଣା ଘଟିବା ସାଧାରଣରେ ଅଶନ୍ତୋଷ ପ୍ରକାଶ ପାଇଛି ।