
ସାମୁଦ୍ରିକ ଝଡ ତାଉତେର ପ୍ରଭାବରେ ମୁମ୍ବାଇ ନିକଟରେ ଓଏନ୍ଜିସିର ଏକ ଯାହାଜ ବୁଡି ଯାଇଛି । ତେବେ ଏହି ଯାହାଜରେ ୨୭୦ ଜଣ କର୍ମୀ ଥିଲା ବେଳେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଏବେ ପାଖାପାଖୀ ୯୦ ଜଣ ନିଖୋଜ ଅଛନ୍ତି । ଗତ କାଲି ଗୁଜୁରାଟ ନିକଟରେ ସ୍ଥଳ ଭାଗୁକୁ ଛୁଇଁଥିଲା ବେଳେ ଏହା ତାଣ୍ଡବ ଦକ୍ଷିଣ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ।
ବାତ୍ୟା ତାଉତେ ର ସ୍ଥଳ ଭାଗ ପହଁଚିବା ପରଠାରୁ ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ସ୍ଥଳ ଭାଗ ଛୁଇଁବା ପରେ ଧୀରେଧିରେ ଦୁର୍ବଳ ହେବାରେ ଲାଗିଛି ।
ତେବେ ଏହି ଯାହଜଟି ଭାରତୀୟ ତୈଳ ଏବଂ ପ୍ରକୃତିକ ଗ୍ୟାସ ଓଏନଜିସି ର ହୋଇଥିବାବେଳେ କର୍ମମାନେ ଅଫଶୋର ଡ୍ରିଲିଂରେ ମୁତୟନ ହୋଇଥିଲେ । ତେବେ ଏହା ବାତ୍ୟା ତାଉତେର ପ୍ରଭାବରେ ନିଜର ନିୟନ୍ତ୍ରଣ ହରାଇ ବୁଡିଯାଇଥିବା କୁହାଯାଉଛି । ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା ପକ୍ଷରୁ ତିନୋଟି ଯୁଦ୍ଧ ଯାହାଜ ମୁତୟନ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଦୁଇଟି ମୁମ୍ବାଇ ନିକଟରେ ଥିବା ବେଳେ ଅନ୍ୟଟି ଗୁଜୁରାଟ ଉପକୁଳରୁ ଆସିଛି । ତେବେ ଓଏନଜିସି ପକ୍ଷରୁ ନିଜର ବ୍ୟକ୍ତିଗତ ବୋଟ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କୁହାଯାଇଛି । ବାତ୍ୟାର ପ୍ରଭାବରେ ଆଶାନ୍ତ ସମୁଦ୍ର ଏବଂ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା କୁହାଯାଇଛି ।