
ରାଜ୍ୟର କୋଭିଡ ସ୍ଥିତି ବିଷୟରେ ଆଜି ସମିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ କୋଭୀଡ ଟିକା କରଣ ପାଖରୁ ଆରମ୍ଭ କରି ରାଜ୍ୟରେ କରାଯାଉଥିବା ଟେଷ୍ଟ ସଂଖ୍ୟା ଏବଂ କରୋନା ସମୟରେ ସଠିକ ତଥ୍ୟ ଉପରେ ଯୋର ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ।
ରାଜ୍ୟରେ ଆଗାମୀ ସପ୍ତାହ ମଧ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢାଇ ୭୦ ହଜାର କରିବାକୁ ଲଖ୍ୟ ରଖିଥିବା ବେଳେ କୋଭିଡ ଟିକା କରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତ୍ୱୀୟ ଲହର ଆରମ୍ଭ ସମୟରେ ପଶ୍ଚିମ ଓଡିଶାରେ ସଂକ୍ରମଣ ଅଧିକ ଥିବା ବେଳେ ଏବେ କିଛି ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଲାଣି ।
ଏହା ବାଦ ରାଜ୍ୟରେ ଏବେ ଦୈନିକ ଦଶ ହଜାରରୁ ଉର୍ଦ୍ଧ କରୋନା ସଂକ୍ରମିତ ସୁସ୍ଥ ହେଉଥିବା ବେଳେ ଏହା ଦୈନିକ ସଂକ୍ରମଣକୁ ବି ପାର କରିଛି । ଏହା ସହିତ ରାଜ୍ୟରେ ଆଜି ପୁଣି ଲକ୍ଡାଉନ୍ ଆଉ ଦୁଇ ସପ୍ତାହକୁ ବୃଦ୍ଧୀ କରାଯାଇଥିବା ବେଳେ ସଂକ୍ରମଣକୁ ସମ୍ପୁର୍ଣ୍ଣ ନିୟନ୍ତ୍ରରେ ଆଣିବାକୁ ଏହା ସହାୟକ ହୋଇପାରେ । ଏହା ସହିତ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଅନୁଯାଇ ରାଜ୍ୟରେ ଏବେ ପ୍ଲାଜମା ଥେରାପି କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।