ପୁରୀ ରଥ ଖଳାରେ ବଢୁଛି ସଂକ୍ରମଣ, ବାୟୋ ବବଲରେ ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ ରଥ ଖଳାରେ ବଢୁଛି ସଂକ୍ରମଣ, ବାୟୋ ବବଲରେ ହେବ ରଥ ନିର୍ମାଣ କାର୍ଯ୍ୟ

ଆଗକୁ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯାହାକୁ ନେଇ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ଣତ ନିର୍ମାଣ କାର୍ଯ୍ୟ । କିନ୍ତଉ ଏବେ ଏହି ରେ ବାଧକ ସାଜିଛି କରୋନା । ରଥ ଖଳାରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରଥ ନିର୍ମାଣ କାର୍ଯ୍ୟ କୁ ନେଇ ବଢିଛି ଆଶଙ୍କା । ଏପର୍ଯ୍ୟନ୍ତ ରଥ ଖଳାରେ ୮ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହା ଅନ୍ୟ ସେବାୟତ ମାନଙ୍କ ପାଇଁ ସଂକ୍ରମଣ ର ଭୟ ଦ୍ୱିଗୁଣିତ କରିଛି ।

ପୁରୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି ଯେଉଁଥିରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲ ର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶୃତି ବଦ୍ଧ ଥିବା ବେଳେ କରୋନା ସମୟରେ ରଥ କାର୍ଯ୍ୟ ଯେଉଁଭଳି ଭାବରେ ବିନା ବାଧାରେ ସମ୍ପନ୍ନ ହେବ ସେଥିପାଇଁ ଏହି ନିଷ୍ପତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ବର୍ତମାନ କୋଭିଡ୍ ନିୟମାବଳୀ ଅନୁଯାଇ ସବୁ ସେମାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବ । ଯେଉଁମାନେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ତଣ କାର୍ଯ୍ୟ ପାଇଁ ଅନୁମତି ମିଳିବ । ଏଥି ସହିତ ବାହାର ଲୋକଙ୍କ ରଥ ଖଳା ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଯିବ । ଅନ୍ୟପଟେ ରଥ ଖଳାକୁ ବାୟୋ ବବଲ କରିବାକୁ ପୁରୀ ଜିଲ୍ଲାପାଳଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଏବଂ ଖୁବ୍ ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *