
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ମେଡିକାଲ ମାନ ସ୍ଥାପନା କରୁଛନ୍ତି । ଏହି ଧାରାରେ ଆଜି ପୁରୀରେ ଆଜି ଏକ କୋଭିଡ ମେଡିକାଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହି କୋଭିଡ ମେଡିକାଲରେ ୨୦ ଟି ଆଇସିୟୁ ବେଡ୍ ଥିବା ବେଳେ ୪୦ ଟି ଏଚଡିୟୁ ବେଡ ଏବଂ ୯୦ ଟି ଅକ୍ସିଜେନ ବେଡର ବ୍ୟବସ୍ଥା କରାଯାଇଛି । ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କ୍ୟମ୍ପସ୍ ରେ ଏହି କୋଭିଡ ହସପିଟାଲଟି ଘରୋଇ ସମ୍ ମେଡିକାଲ ହସପିଟାଲ ସାହାଯ୍ୟରେ କାର୍ଯ୍ୟକାରୀ କରାଯାଇଛି । ଏହି ମେଡିକାଲରେ କୋଭିଡ ରୋଗିମାନଙ୍କର ଚିକିତ୍ସା ସହିତ ବିଭିନ୍ନ ଟେଷ୍ଟିଂ ଏବଂ ପରିକ୍ଷା କରାଯିବାର ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ମୁଖ୍ୟମନ୍ତ୍ରି ପୁର୍ବରୁ କହିଥିଲା ବେଳେ ଏବେ ଓଡିଶାକୁ ଏକ ବାତ୍ୟା ମ।।ଡି ଆସୁଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପୁର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।