ମମତା ବାନାର୍ଜୀ ବିଧାନସଭାକୁ ଫେରିବାକୁ ପୁଣି ନିର୍ବାଚନ ଲଢିବେ-

ମମତା ବାନାର୍ଜୀ ବିଧାନସଭାକୁ ଫେରିବାକୁ ପୁଣି ନିର୍ବାଚନ ଲଢିବେ-

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବହୁମତ ସହିତ ସରକାର ଗଠନ କରିଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କିନ୍ତୁ ନିଜର ବିଧାନସଭା ମଣ୍ଡଳୀ ନନ୍ଦିଗ୍ରାମରୁ ତାଙ୍କର ପୁର୍ବତନ ସହଯୋଗି ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ହାରି ଯାଇଥିଲେ । 

ଭବାନୀପୋରେରୁ ନିର୍ବାଚିତ ଏମଏଲଏ ଶୋଭନଦେବ୍ ଚଟୋପଦ୍ଧାୟ ନିଜ ଦଳର ସୁପ୍ରିମୋଙ୍କୁ ବିଧାନସଭାକୁ ଫେରିବା ଲାଗି ନିଜ ଏମଏଲଏ ପଦରୁ ଆଜି ମଧ୍ୟାନରେ ଇସ୍ଥପା ଦେଇଛନ୍ତି । 

ଆସନ୍ତା ଛମାସ ମଧ୍ୟରେ ମମତା ବାନାର୍ଜୀ ଭବାନୀପୁରରୁ ଲଢିବେ ବୋଲି ଶ୍ରୀ ଚଟ୍ଟୋପାଧ୍ୟାୟ ବିଧାନସଭା ବାଚସ୍ପତି ବିମନ୍ ବୃନ୍ଦୋପାଧ୍ୟାୟଙ୍କୁ ଇସ୍ତଫା ଦେବା ପୂର୍ବରୁ ଏହା ଗଣମାଧ୍ୟମକୁ କହିଛନ୍ତି। ସେ ରାଜ୍ୟ କୃଷି ମନ୍ତ୍ରୀ ଭାବରେ ଛମାସ କାର୍ଯ୍ୟ କରିବେ, ଏହି ସମୟ ମଧ୍ୟରେ ସେ ଅନ୍ୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ମମତା ବାନାର୍ଜୀଙ୍କୁ ଆଗାମୀ ଛମାସ ମଧ୍ୟରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ ଏବଂ ରାଜ୍ୟ ବିଧାନସଭା ସଦସ୍ୟ ହେବାକୁ ପଡିବ। ସମ୍ବିଧାନର ଧାରା ୧୬୪ ରେ କୁହାଯାଇଛି ଯେ ଜଣେ ମନ୍ତ୍ରୀ ଯିଏ ଛମାସ ମଧ୍ୟରେ ବିଧାୟକ ହୋଇ ବିଧାନସଭାକୁ ନିର୍ବାଚିତ ନହୁନ୍ତି ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ଥପା ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *