ବଜ୍ରାଘାତରେ ୩ ଜୀବନ ଚାଲିଗଲା: କେନ୍ଦୁଝର

ବଜ୍ରାଘାତରେ ୩ ଜୀବନ ଚାଲିଗଲା: କେନ୍ଦୁଝର

କେନ୍ଦୁଝରରେ ଦୁଖଃଦ ଘଟଣା । ବଜ୍ରାଘାତରେ ଚାଲିଗଲା ୩ ଜୀବନ । ରାଜ୍ୟର ଆଜି ଅନେକ ସ୍ଥାନରେ ଭାରି ବର୍ଷା ହୋଇଥିଲା ଯାହା ଫଳରେ ବହୁ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବାର ଦେଖାଦେଇଛି । 

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରୁଗୋଡା ସାହିରେ ପ୍ରବଳ ବର୍ଷା ଯୋଗୁଁ ଘଡଘଡି ଓ ବିଜୁଳି ମାରିବା ସହିତ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଝାଡଖଣ୍ଡ ଅଞ୍ଚଳର କିଛି ଯାଯାବର ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରାଘାତ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତରେ ମା’, ଝିଅ ଓ ଭାଉଜଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ଗାଁ ନିକଟ ଏକ ପଡିଆରେ ସମସ୍ତେ କିଛି ଦିନ ଧରି ରହିଆସୁଥିଲେ ଓ ଆଜି ବର୍ଷା ସମୟରେ ଏକ ଗଛ ତଳେ ପରିବାରର ସମସ୍ତେ ଆଶ୍ରୟ ନେଇଥିଲେ ।

Leave a Reply

Your email address will not be published. Required fields are marked *