ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ‘ୟାସ୍’ରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି-

ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ‘ୟାସ୍’ରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି-

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ କରି ବାତ୍ୟା ‘ୟାସ୍’ରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ୨୬ ମଇ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟ ‘ୟାସ୍’ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ଏବଂ ପବନର ବେଗ ୧୫୫-୧୬୫ କିଲୋମିଟର ବେଗରେ  ଏବଂ ସର୍ବାଧିକ ୧୮୫ କିଲୋମିଟର ବେଗରେ ଗତି କରିବ।  ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ପଶ୍ଚିମବଙ୍ଗ ଏବଂ ଓଡିଶାର ସମୁଦ୍ର କୁଳିଆ ଅଞ୍ଚଳରେ ପ୍ରାୟ ୪ ମିଟର ଢେଉ ଉଠିବାର ଆଇଏମଡି ମଧ୍ୟ ଚେତାବନୀ ଦେଇଛି।  ଆଇଏମଡି ସମସ୍ତ ସଂପୃକ୍ତ ରାଜ୍ୟକୁ ସର୍ବଶେଷ ପୂର୍ବାନୁମାନ ସହିତ ନିୟମିତ ବୁଲେଟିନ୍ ଜାରି କରିଛି । 

ଗୃହ ମନ୍ତ୍ରଣାଳୟ ୨୪ଘଣ୍ଟା ପରିସ୍ଥିତିର ସମୀକ୍ଷା କରୁଛି ଏବଂ ରାଜ୍ୟ ସରକାର ଏବଂ ସଂପୃକ୍ତ କେନ୍ଦ୍ରୀୟ ଏଜେନ୍ସି ସହିତ ଯୋଗାଯୋଗରେ ରହିଛନ୍ତି । ଗୃହମନ୍ତ୍ରଅଳୟ ସମସ୍ତ ରାଜ୍ୟକୁ ଆଗୁଆ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ପ୍ରଥମ କିସ୍ତି ପ୍ରକାଶ କରିସାରିଛି ଏନଡିଆରଏଫର ରେ ୪୬ ଟି ଟିମ୍ ପୂର୍ବରୁ ଆବଶ୍ୟକ ସରଞ୍ଜାମ ସହିତ ମୁତୟନ ହୋଇ ସାରିଛନ୍ତି । ଏଥିସହ ୧୩ ଟି ଦଳ ନିୟୋଜନ ପାଇଁ ଆଜି ବିମାନ ଉଡ଼ାଣ କରାଯାଉଛି ଏବଂ ୧୦ ଟି ଦଳକୁ ଷ୍ଟାଣ୍ଡବାଇରେ ରଖିଛି।

ରିଲିଫ୍, ସର୍ଚ୍ଚ ଏବଂ ଉଦ୍ଧାର କାର‌୍ୟ୍ୟ ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏବଂ ନୌସେନା ଜାହାଜ ଏବଂ ହେଲିକପ୍ଟର ନିୟୋଜିତ କରିଛନ୍ତି।  ବାୟୁସେନା ଏବଂ ଇଞ୍ଜିନିୟର ଟାସ୍କଫୋର୍ସ ୟୁନିଟ୍, ଡଙ୍ଗା ଏବଂ ଉଦ୍ଧାର ଉପକରଣ ସହିତ ନିୟୋଜନ ପାଇଁ ଷ୍ଟାଣ୍ଡବାଇରେ ଅଛନ୍ତି ।  ମାନବିକ ସହାୟତା ଏବଂ ବିପର‌୍ୟ୍ୟୟ ପ୍ରଶମନ ୟୁନିଟ୍ ସହିତ ସାତୋଟି ଜାହାଜ ପଶ୍ଚିମ ଉପକୂଳରେ ଷ୍ଟାଣ୍ଡବାଇରେ ଅଛି ।

ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟଗୁଡିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନାନ୍ତର କରିବା ଏବଂ ଉପକୂଳବର୍ତ୍ତୀ କାର‌୍ୟ୍ୟକଳାପରେ ଜଡିତ ଥିବା ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିବା

ବିଦ୍ୟୁତ୍ ଯୋଗାଣ ଏବଂ ଯୋଗାଯୋଗ ନେଟୱାର୍କର ସମୟ ସୀମା ସର୍ବନିମ୍ନ ଏବଂ ଶୀଘ୍ର ପୁନଃସ୍ଥାପିତ ହେବା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଡାକ୍ତରଖାନାଗୁଡ଼ିକରେ କୋଭିଡ ଚିକିତ୍ସା ଏବଂ ଟୀକାକରଣରେ କୌଣଷି ବ୍ୟାଘାତ ନହେବା ପାଇଁ ରାଜ୍ୟ ସରକାରଙ୍କ ସହ ସଠିକ୍ ସମନ୍ୱୟ ଏବଂ ଯୋଜନା ସୁନିଶ୍ଚିତ କରିବାକୁ ସେ ଅଧିକାରିଙ୍କୁ ନିର୍ଦେଶ ଦେଇଛନ୍ତି ।ଏହି ବେଠକରେ ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ, ଗୃହମନ୍ତ୍ରୀ, କ୍ୟାବିନେଟ ସଚିବ, ମନ୍ତ୍ରଣାଳୟ / ଗୃହ ବିଭାଗ, ଟେଲି ଯୋଗାଯୋଗ, ମତ୍ସ୍ୟ ବିଭାଗ, ବେସାମରିକ ବିମାନ ଚଳାଚଳ, ଶକ୍ତି, ବନ୍ଦର, ପରିବହନ ଏବଂ ଜଳପଥ, ପୃଥିବୀ ବିଜ୍ଞାନ,  ରେଳବାଇ ବୋର୍ଡର ଚେୟାରମ୍ୟାନ୍, ଏନଡିଏମଏ ର ସଦସ୍ୟ ତଥା ସଦସ୍ୟ ସଚିବ, ଆଇଏମଡି ଏବଂ ଏନଡିଆରଏଫ୍ ର ମହାନିର୍ଦ୍ଦେଶକ ଏବଂ ପିଏମଓ, ଗୃହମନ୍ତ୍ରାଳୟର ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *