
ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ମଧ୍ୟମ ଧରଣର ବୃଷ୍ଟିପାତ ସହିତ ପୃଥକ ପୃଥକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ମୌସୁମୀ ପ୍ରବାହ ହେତୁ ପୃଥକ ଭାବରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମୌସୁମୀ ବାୟୁ ସମଗ୍ର ଓଡ଼ିଶାକୁ ଆଚ୍ଛାଦିତ ବେଳେ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଞ୍ଚୋଟି ଜିଲ୍ଲା – ମୟୂରଭଞ୍ଜ,କେଉଁଝର,ବାଲେଶ୍ବର,ଭଦ୍ରକ,ଯାଜପୁର,ନୁଆପଡା,ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଗାମି କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ପାଗ ଲାଗି ରହିବ ବୋଲି ସୁଚନା ରହିଛି।