
କରୋନା କଟକଣାରେ ଚଳିତ ବର୍ଷ ପାଳନ ହେଲା ରଜପର୍ବ । ଆଜି ହେଉଛି ୩ୟ ରଜ ବା ଭୂଇଁ ଦହନ ।ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । କରୋନା କଟକଣା ସତ୍ତ୍ୱେ ଗାଁ ଠୁ ସହର ହୋଇ ଉଠିଛି ଚଳଚଞ୍ଚଳ ।
ମିଠା, ପିଠା ଓ ପାନର ମହକରେ ମହାକୁଛି ପରିବେଶ । ଅନ୍ୟବର୍ଷ ଭଳି ଦୋଳି ଓ ବାଗୁଡ଼ି ଖେଳ ନଥିଲେ ମଧ୍ୟ ଘରେ ଘରେ ପଡିଛି ଲୁଡୁ ଓ ତାସର ବାଜି। କଟକଣା ସହ ପିଲାଠୁ ବୁଢା ସଭିଏଁ ମସ୍ଗୁଲ୍ ହୋଇ ଧୁମ୍ଧାମ୍ରେ ଚାଲିଛି ରଜ ଉତ୍ସବ ପାଳନ।
ରଜରେ ପିଠାପଣା ଭଳି ଆମିଷର ବି ଚାହିଦା ଅଧିକ ରହିଥାଏ। କିନ୍ତୁ ପ୍ରଥମ ରଜ ସୋମବାର ପଡ଼ିଥିବାରୁ ଅନେକ ଲୋକ ଆମିଷ ଖାଇପାରିନଥିଲେ।
ଦ୍ବିତୀୟ ରଜ ସଂକ୍ରାନ୍ତି ଯୋଗୁଁ ବି ଆମିଷର ମଜା କେହି ନେଇ ପାରିନାହାନ୍ତି। ଏଣୁ ଶେଷ ରଜ ବୁଧବାର ଓ ଆମିଷ ବାରିରେ ପଡ଼ୁଥିବାରୁ ଆମିଷପ୍ରେମୀ ଏନେଇ ଉତ୍ସାହିତ ଅଛନ୍ତି।