
ଆଜି କଟକରୁ 11 ଟି ଦେଶି ବନ୍ଧୁକ ଏବଂ 51 ରାଉଣ୍ଡ ଗୁଳି ଜବତ କରି କଟକ ଠାରେ ଏକ ପ୍ରମୁଖ ବେଆଇନ ଅସ୍ତ୍ରଶସ୍ତ୍ର ଗୋଷ୍ଠି ଉପରେ ଚଢାଉ କରି ଏସବୁ ଜବତ କରିଥିବା ପୋଲିସ କହିଛି।
ଚଢାଉ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ ଦ୍ୱାରା କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ଟୁକୁନା ସ୍ବାଇଁ , ସନ୍ତୋସ ରାଉଟ, ଜ୍ୟୋତି ରଂଜନ ଏବଂ ପ୍ରସାନ୍ତ ରାଉତ ବୋଲି ସେ କହିଛନ୍ତି।
ଏହି ଗ୍ଯାଙ୍ଗର ମୁଖ୍ଯ ଥିବା ଟୁକୁନା ସ୍ବାଇଁ ବିହାରର ମୁଙ୍ଗରରୁ ବେଆଇନ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିଲେ ବୋଲି ପୋଲିସ କମିସନର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ବନ୍ଧୁକ ଯୋଗାଣକାରୀ ଭାବରେ ବ୍ୟବହାର କରୁଥିଲେ ଯେଉଁମାନେ ବର୍ତ୍ତମାନ ଜେଲରେ ଅଛନ୍ତି ବୋଲି ସେ କହିଛନ୍ତି।
ତେବେ କଟକ ଡିସିପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠିତ ଅପରାଧ ସିଣ୍ଡିକଷ୍ଟ ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ତ୍ୱରାନ୍ୱିତ କରାଯାଇଛି ବୋଲି ଟ୍ବିନସିଟି କମିଶନର ପ୍ରିୟଦର୍ଶୀ କହିଛନ୍ତି।