
ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜ୍ ଉପରେ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ ।
ପିସିଆର ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ସେଠାରୁ ଟ୍ରକ୍ ପଳାଇଥିବା ବେଳେ ଅନ୍ୟ ଏକ ପିସିଆର ଟିମ୍ ପିଛା କରିଥିଲା । ପାହାଳ ନିକଟରୁ ଟ୍ରକକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି । ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।