ଗୁଜବ ପ୍ରଚାର ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋ “ମା” ଶହେ ବର୍ଷର ସେ ମଧ୍ୟ ଟିକା ନେଇଛନ୍ତି,କରୋନା ଟିକା-

ଗୁଜବ ପ୍ରଚାର ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋ “ମା” ଶହେ ବର୍ଷର ସେ ମଧ୍ୟ ଟିକା ନେଇଛନ୍ତି,କରୋନା ଟିକା-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ଟିକା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଉତ୍ସାହିତ କରି କହିଛନ୍ତି ଯେ ଟୀକାକରଣ ସମ୍ବନ୍ଧୀୟ ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରୁଥିବା ବେଳେ ତାଙ୍କ ମା ମଧ୍ୟ କୋଭିଡ ବିରୋଧୀ ଟିକା ନେଇଥିବା ସେ କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି – ବିଜ୍ଞାନକୁ ବିଶ୍ବାସ କର। ଆମର ବୈଜ୍ଞାନିକମାନଙ୍କୁ ବିଶ୍ବାସ କର। ଏତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି। ମୁଁ ଉଭୟ ଡୋଜ ନେଇଛି। ମୋ ମାଙ୍କର ବୟସ ପ୍ରାୟ ଶହେ ବର୍ଷ, ସେ ମଧ୍ୟ ଉଭୟ ଟିକା ନେଇଛନ୍ତି। ଦୟାକରି କୌଣସି ଗୁଜବକୁ ବିଶ୍ବାସ କର ନାହିଁ। ଟୀକା ସମ୍ବନ୍ଧୀୟ ଗୁଜବରେ ଆମେ କେବେବି ବିଶ୍ୱାସ କରିବା ନାହିଁ।

ଆଜି ପ୍ରଧାନମନ୍ତ୍ରୀ ତାଙ୍କ “ମନ୍ କି ବାତ” ର 78 ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରି ଏହି ବାର୍ତ୍ତା ଦେଇଥିଲେ।କେବଳ ଟୀକାକରଣ ଦ୍ୱାରା ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *