ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତ ହେଉଛି କାଳିଆର ପ୍ରୀୟ ପୋଡପୀଠା-

ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତ ହେଉଛି କାଳିଆର ପ୍ରୀୟ ପୋଡପୀଠା-

ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ବାହୁଡା ନୀତି ଜାରି ରହିଛି । ଜନ୍ମ ବେଦୀରୁ ରତ୍ନ ବେଦୀକୁ ଗଲା ବେଳେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ଯିବାର ପରମ୍ପରା ରହିଛି । ଯାହାକୁ ନେଇ ଏବେ ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ପ୍ରୀୟ ପୋଡପୀଠା ।

ବାହୁଡା ଦିନ ସକାଳୁ ସବୁ ନୀତି କାନ୍ତି ସମ୍ପନ୍ନ ହେବା ପରେ ମହାପ୍ରଭୁ ପୋଡ ପୀଠା ଖାଇ ଆରମ୍ଭ କରିବେ ବାହୁଡା ଯାତ୍ରା । ଗତ କାଲି ରଥକୁ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ଏବେ ଗୁଣ୍ଡିଚା ମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସମସ୍ତ ବାହୁଡା ନୀତି ।

ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଯାହାକୁ ନେଇ ଏବେ ଠାରୁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ହୋଇଛି । ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ସୁନାବେଶ ଓ ଅଧରପଣା ଭଳି ଆହୁରି ଆନକ ନୀତି ରହିଥିବା ହେତୁ କରୋନା କଟକଣାକୁ ଦୃଷ୍ଟିରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

Leave a Reply

Your email address will not be published. Required fields are marked *