ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ

ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ

ଆଉ ଗୋଟିଏ ଦିନ ପରେ ବଡ଼ଦାଣ୍ଡ ବାହୁଡ଼ିବେ କଳା ଠାକୁର । ତେଣୁ ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ ଅର୍ଥାତ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ ।ଏଥିପାଇଁ ଅମାନିଆଙ୍କ ଉପରେ ନଜରରେ ରଖିବାକୁ ୨୦ଟି ସ୍କ୍ୱାଡ଼୍ ଗଠନ କରାଯାଇଛି ।

ଏହି ସ୍କ୍ୱାଡ଼୍‌ରେ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ, ଭିଡିଓ ଗ୍ରାଫର ରହିବେ । ପ୍ରତ୍ୟକ ୨୦ ମିଟର ଦୂରତାରେ ବଡଦାଣ୍ଡରେ ରହିବେ ଗୋଟିଏ ଲେଖାଏଁ ସ୍କୁଆଡ୍ । ଯାହାଫଳରେ ଅମାନିଆଙ୍କ ସବୁ କାର୍ଯ୍ୟ କଏଦ ହେବା ସହ ପରେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଏଥିପାଇଁ ଆଜି ଅମାନିଆଙ୍କୁ ସାବାଡ କରିବାକୁ ଆଜି ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରିଛି ପୋଲିସ । ତେବେ ରଥଯାତ୍ରା ପରି କୌଣସି ଲୋକ ଛାତ ଉପରେ ରହିବେ ନାହିଁ ଏବଂ ଲଜିଂ ଓ ଘର ମାଲିକଙ୍କୁ ଏନେଇ ଆଜି ତାଗିଦ୍ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *