
ବରଗଡ଼ ଜିଲ୍ଲା ଦେଇ ସୋନପୁର ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବାବେଳେ ପୋଲିସ ଦ୍ୱାରା ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଯାହାଫଳରେ ଏହି ଘଟଣାରେ ପୋଲିସ୍ ୪ଜଣଙ୍କୁ ଗିରଫ କରିଛି । ଗିରଫ ଚାରି ଜଣ ହେଲେ ଛତିଶଗଡ଼ ରାଜ୍ୟ ଦରବା ର ହେମରାଜ ନିଶାଦ , ଚାଂପାର ସଞ୍ଜୟ ତ୍ରିପାଠୀ ଓ ଅଜୟ ତ୍ରିପାଠୀ ଏବଂ ଅତବାଦର ଗୌରବ ଖରପଡ଼େ ବୋଲି ଜଣାପଡିଛି । ପ୍ରେସ ଲେଖା ଥିବା ଗାଡିରୁ ପୋଲିସ ବିପୁଳ ପରିମାଣ ର ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତକାଲି ସୋହେଲା ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ ୨୩୩ କେଜି ଗଞ୍ଜେଇ ଜବତ କରିଥିଲା ।
ଜବତ ଗୋଟିଏ ଗାଡ଼ିରେ ପ୍ରେସ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। ଵରଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାରିଜଣ ସୋହେଲା ଏବଂ ଜଣେ ଗାଇସିଲେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।
ସୋହେଲା ପୁଲିସ ଗିରଫ ଚାରି ଜଣଙ୍କ ଠାରୁ ୨୩୩ କିଲୋଗ୍ରାମ ଗଞ୍ଜେଇ ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ଦାମୀ କାର , ୬ ଟି ମୋବାଇଲ ଏବଂ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ କରିଛି ।
ସେହିପରି ଗାଇସିଲେଟ ପୋଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ଦୁଲହରା ଗାଁର ଅଶୋକ କୁମାର ସାହୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଶୋକ ଠାରୁ ପୁଲିସ ୨୧ କେଜି ଗଞ୍ଜେଇ ସହ ଏକ ମୋଟର ସାଇକେଲ ଜବତ କରିଛି ।