ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାର୍ଗିଲ ଦିବସ ପାଳନ କରିବାକୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ-

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାର୍ଗିଲ ଦିବସ ପାଳନ କରିବାକୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ-

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ସପ୍ତାହରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ ବୋଲି ଆଶା କରାଯାଉଛି । ଯେଉଁଥିରେ ସେ ଜୁଲାଇ ୨୬ ରେ କାର୍ଗିଲ ଦିବସ ପାଳନ କରିବେ। ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ଜୁଲାଇ ୨୫ ରେ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି। ରାଷ୍ଟ୍ରପତି ତାଙ୍କ ରହଣି ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲକୁ ଯିବାର ସମ୍ଭାବନା ରହିଛି ବୋଲି ଅଧିକାରୀମାନେ କହିଛନ୍ତି ଯେ ଏହି ଯାତ୍ରା ଯୋଜନା ପ୍ରସ୍ତୁତି ଚାଲିଛି।

ଭାରତ ଚଳିତ ବର୍ଷ ‘ଅପରେସନ୍ ବିଜୟ’ର ୨୨ ତମ ବାର୍ଷିକୀ ପାଳନ କରିବ, ଯାହାକି ଜୁଲାଇ ୨୬, ୧୯୯୯ ରେ ଜାମ୍ମୁ କାଶ୍ମୀରର କାର୍ଗିଲ ପର୍ବତରେ ପାକିସ୍ତାନ ଉପରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ଚିହ୍ନିତ କରେ।

ଦୁଇ ପରମାଣୁ ଶକ୍ତିସମ୍ପନ ରାଷ୍ଟ୍ର ଏବଂ ସେମାନଙ୍କର ସୈନ୍ୟବାହୀନି ୧୯୯୯ ମସିହା ମେ ରୁ ଜୁଲାଇ ମଧ୍ୟରେ ଯୁଦ୍ଧ କରିଥିଲେ, ଯାହା ମାଇନସ୍ ୧୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଏକ ଐତିହାସିକ ଲଢେଇ ଥିଲା ।ଭାରତୀୟ ଭାରତୀୟ ସୈନ୍ୟବାହୀନିକୁ ଏହି ସ୍ଥାନ ଗୁଡିକୁ ପୁନଃ ପ୍ରାପ୍ତ କରିବାକୁ ପ୍ରାୟ ତିନିମାସ ସମୟ ଲାଗିଥିଲା ଏବଂ ଭାରତ ପକ୍ଷରୁ ୫୨୭ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *