
ଛେଳି ଚୋରି କରି ଭୋଜିରେ ହୋଇଥାନ୍ତା ମଟନ ଝୋଳ ସେଥିପାଇଁ ସରିଥିଲା ସମସ୍ତ ପ୍ରକାର ପ୍ରସ୍ତୁତି ହେଲେ ଧରାପଡ଼ିଯିବା ପରେ ନିଧୁମ୍ ଛେଚିଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି ଗୋପ ଥାନା ଅନ୍ତର୍ଗତ ରୁଷିପଡ଼ା ଗ୍ରାମରେ । ଚୋର ଦୁଇଜଣକ ହେଉଛନ୍ତି ସେହି ଗ୍ରାମର ପଦ୍ମଚରଣ ସ୍ୱାଇଁ (୩୫) ଏବଂ ଜିତେନ୍ଦ୍ର ସ୍ୱାଇଁ (୩୨) ।
ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ବିଶ୍ୱନାଥଦେଉଳୀ ଗ୍ରାମରେ ଚୈତନ୍ୟ ସ୍ୱାଇଁ ନାମକ ଜଣେ ବୃଦ୍ଧ ଛେଳି ଚରାଉଥିଲେ ଯାହାର ଫାଇଦା ଉଠାଇଥିଲେ ଜିତେନ୍ଦ୍ର ଓ ପଦ୍ମଚରଣ । ଗୋଟିଏ ବାଇକ୍ରେ ଆସି ଗୋଟିଏ ଛେଳି ଉଠାଇ ନେଇଥିଲେ ।
ତେବେ ଛେଳିର ପାଟି ଶୁଣି ଗାଁ ଲୋକ ଏହି ଅଭିଯୁକ୍ତଙ୍କ ପିଛା କରିଥିଲେ ଯାହାଫଳରେ ବହୁ ଖୋଜାଖୋଜି ପରେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ ବୃନ୍ଦ । ଫଳରେ ସ୍ଥାନୀୟ ଲୋକେ ଜମା ହେବା ସାଙ୍ଗକୁ ପଦ୍ମଚରଣ ଏବଂ ଜିତେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ଦେଇ ଗୋପ ପୁଲିସକୁ ଖବର ଦେଇଥିଲେ ।
ଗୋପ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ନିମାପଡା କୋର୍ଟରେ ହାଜର କରିଛି । ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ନିମାପଡ଼ା ଉପକାରାଗାରାକୁ ପଠାଇ ଦିଆଯାଇଛି । ଯୁବକମାନେ ଗାଁରେ ରହୁନଥିବାବେଳେ ଗତକାଲି ଗାଁକୁ ଆସି ଭୋଜି କରିବା ପାଇଁ ଏଭଳି କରିଥିବା ପଦ୍ମଚରଣଙ୍କ ବାପା କହିଛନ୍ତି