ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ –

ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ –

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ମଧ୍ୟ ଜାରି କରିଛନ୍ତି । ଗାଇଡଲାଇନ୍ ଅନୂଯାଇ ପୂର୍ବ ଅପେକ୍ଷା ଏହି ଅନଲକ୍ ପର୍ଯ୍ୟାୟରେ କଟକଣାକୁ ଅଧିକ ମାତ୍ରାରେ କୋହଳ କରାଯାଇଛି । ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି ।କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟ ବାସୀ ଦୀର୍ଘ ଦିନର ଲକଡାଉନ୍ କଟକଣା ମଧ୍ୟରେ ଆଜି ପ୍ରଥମ କରି ରାଜ୍ୟରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି ।ତେବେ ବର୍ତ୍ତମାନ ସବୁକିଛି ଖୋଲିବାକୁ ଅନୁମତି ମିଳିଥିବା ବେଳେ ବି କଟକଣା କୁ କଡାକଡି କରାଯାଇଛି । ନିୟମ ଉଲଘଂନ କାରୀଙ୍କ ଉପରେ କଡା ନଜର ରଖିବା ସହିତ ପୂର୍ବ ଅପେକ୍ଷା ଆହୁରି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ଗତ କାଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।ଅନ୍ୟପଟେ ପୁରା ରାଜ୍ୟରେ ରାତି ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବା ସହି ସପ୍ତାହନ୍ତ ସଟଡାଉନ୍ କଟକଣା ଉଠିଥିବା ବେଳେ କଟକ ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ୍ ଭଳି କଟକଣା ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *