ବାଇକ୍ ଆଉ ଟ୍ରକ୍ ମୁହାଁମୁହିଁ , ଜୀବନ ହାରିଲେ ବାଇକ ଚାଳକ ଅନ୍ୟ ଜଣେ ଗୁରୁତର

ବାଇକ୍ ଆଉ ଟ୍ରକ୍ ମୁହାଁମୁହିଁ , ଜୀବନ ହାରିଲେ ବାଇକ ଚାଳକ ଅନ୍ୟ ଜଣେ ଗୁରୁତର

ମୁହାଁମୁହିଁ ହେଲେ ବାଇକ୍‌ ଆଉ ଟ୍ରକ୍‌। ଜୀବନ ହାରିଲେ ବାଇକ ଚାଳକ। ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ନିକଟରେ।

ସୂଚନା ଅନୁସାରେ, ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଲେ ସଞ୍ଜୀବ ଶବର। ସେ ସ୍ଥାନୀୟ ସିଆଳିଲଟି ଗ୍ରାମର ବୋଲି ଜଣାପଡିଛି। ତେବେ ଆହତ ଜଣଙ୍କ କେଚପଙ୍କାର ମୀଖାଏଲ ବୋଲି ସୂଚନା ମିଳିଛି। 

ତେବେ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *