
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବିଷ ଦେଇ ମାରିଦେଲା । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଢୋଲଗଣ୍ଡି ଗ୍ରାମରେ ।
ମୃତ ମହିଳା ହେଲେ ବାଙ୍କା ସୁଣ୍ଡିଙ୍କ ପତ୍ନୀ ବାଲିମା ସୁଣ୍ଡି । ସୂଚନା ଅନୁସାରେ, ଗତକାଲି ବାଙ୍କା ବଜାର ଯାଇଥିଲେ । ଏହାପରେ ସେ ସ୍ତ୍ରୀ ଘର ଭିତରେ ଶୋଇଥିବା ଦେଖିଥିଲେ । ତେବେ ସ୍ତ୍ରୀ କିଛି ବିଷାକ୍ତ ଜିନିଷ ଖାଇ ଦେଇଥିବା ସନ୍ଦେହ କରି ବାଙ୍କା ତାଙ୍କୁ ଉଦଳା ଏବଂ ବାରିପଦା ଡାକ୍ତରଖାନାକୁ ନେଇଥିଲେ । ତେବେ ବାରିପଦାରେ ମେଡିକାଲରେ ପତ୍ନୀ ମୃତ୍ୟୁ ବରଣ କରିଥିଲେ।
ତେବେ ଏହି ଘଟଣାରେ ମହିଳାଙ୍କ ବାପା ଜ୍ବାଇଁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଜ୍ୱାଇଁ ଝିଅକୁ ବିଷ ପିଆଇ ମାରି ଦେଇଥିବା ସେ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।