
ଚାଲିଥିବା ଅଫଲାଇନ୍ ଦଶମ ବୋର୍ଡ ପରିକ୍ଷାରେ ୨୦ ଜଣ ରେଗୁଲାର ପରିକ୍ଷାର୍ଥିଙ୍କୁ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ବୋର୍ଡ କତୃପକ୍ଷ ଘଟଣାକୁ ସ୍ୱିକାର କରିଛନ୍ତି । ପରିକ୍ଷା ସମୟରେ ଭୁଲ କୋଶ୍ଚିନ୍ ପାଇ ଦ୍ୱନ୍ଦରେ ପଡିଥିଲେ ଫରିକ୍ଷାର୍ଥି । ଦିର୍ଘ ସମୟ ବିତିବା ପରେ ସେମାନଙ୍କୁ ନୁତନ କୋଶ୍ଚିନ୍ ମିଳିଥିଲା ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ଅଫଲାଇନ ପରିକ୍ଷା ସମୟରେ ଭୁଲରେ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ରେଗୁଲାର ପରିକ୍ଷାର୍ଥିଙ୍କୁ ୨୦୧୪ ମସିହାର ପ୍ରଶ୍ନପତ୍ର ଦିଆଯାଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ସ୍କୁଲ ଆଗରେ ହୋ ହାଲ୍ଲା କରିଥିଲେ ।