
ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରା କଫସିରଫ୍ କାରବାର । ଲକ୍ଷ ଲକ୍ଷ ଟଙ୍କାର କଫସିରଫ୍ ଚୋରାଚାଲାଣ କରାଯାଉଛି ତାହା ପୁଣି ରାଜ୍ୟର ପ୍ରମୁଖ ସହରରେ ଆଉ ରାଜ୍ୟ ପୋଲିସ୍ ର ନାକ ତଲେ ବେଧଡକ୍ ଭାବରେ ଜାରି ରହିଛି କଫସିରଫ୍ କାରବାର ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ ସ୍କର୍ପିଓ କାରରୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର କଫସିରପ ଜବତ କରିଥିବା ଜଣାପଡ଼ିଛି । ଏଥି ସହିତ ଚୋରା ଚାଲାଣରେ ବ୍ୟବହୃତ ସ୍କର୍ପିଓ ମଧ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଏସକଫ୍ ନାମକ ଏକ କଫସିରଫ୍ କମ୍ପାନୀର ୧୬ କାର୍ଟୁନ୍ କଫସିରଫ୍ ଚାଲାଣ କରାଯାଇଥିବା ବେଳେ ପୋଲିସ୍ ଚେକିଂ କରି ଜବତ୍ କରିଛି ।