
ଆସନ୍ତା ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟଗୁଡିକ ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢା ହେବ । ଏଥିସହିତ ହଷ୍ଟେଲଗୁଡିକ ମଧ୍ୟ ଖୋଲାଯିବ ।
ସେପଟେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଅନୁମତି ମିଳିଛି ମାତ୍ର ପିଜି ଓ ୟୁଜି ଫାଇନାଲ ପରୀକ୍ଷା ଅନ୍ଲାଇନପେ ହେବ । ପିଜି ଓ ୟୁଜି ପରୀକ୍ଷା ଅନ୍ଲାଇନ୍ରେ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।