
ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଏକକାଳୀନ ରବୀନ୍ଦ୍ର ମହାନ୍ତିଙ୍କ ୫ ଟି ଘର ସମେତ ସରକାରୀ କାର୍ୟ୍ୟାଳୟ ରେ ଚଢ଼ାଉ ଜାରି ରଖିଛି । ଚଢ଼ାଉ ସମୟରେ ସରକାରୀ ବାବୁଙ୍କ ପାଖରେ କୋଟିଏ ଟଙ୍କାରୁ ଉର୍ଧ୍ଵ ସମ୍ପତି ରହିଥିବା ସୂଚନା ରହିଛି ।
ତାଙ୍କ ପେତୃକ ଘର ଉପରେ, ତୁଷୁରା ଡାହିମାଲ ଗାଁ ରେ ଥିବା ଘର, ବଲାଙ୍ଗୀର ସାଗରପଡା ରେ ଥିବା ଘର ତଥା ତୁଷୁରା ଏବଂ ପୁଇଁତଲା ରେ ବର୍ତମାନ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି. ।