ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ-

ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ-

ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ନିଆଁ ଲାଗିଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସେପଟେ ଅଗ୍ନିଶମବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ କିଛି ପୋଡି ପାଉଁଶ ହୋଇଯାଇଛି । 

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେହିପରି ଏହି ନିଆଁକୁ ଆୟତ୍ତ କରିବାକୁ ଦୀର୍ଘ ୪ ଘଣ୍ଟା ସମୟ ଲାଗିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ପୂରା କ୍ଲବ ହାଉସଟି ପୋଡି ଛାରଖାର ହୋଇଯାଇଥିଲା । ତେବେ ନିଆଁ କିପରି ଲାଗିଲା ସେନେଇ ଏମସିଏଲ ପକ୍ଷରୁ ତଦନ୍ତ କରାଯିବ ବୋଲି ଜଣାପଡିଛି ।   

Leave a Reply

Your email address will not be published. Required fields are marked *