ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ

ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ

ଇସ୍ପାତନଗରରେ ଗର୍ଜିଲା ଗୁଳି । ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଉକ୍ତ ଯୁବକ ଜଣକ ହେଲେ ଚିରଞ୍ଜିବୀ । ତାଙ୍କର ବାମ ଗୋଡ ଆଣ୍ଠୁରେ ବାଜିଛି ଗୁଳି । 

ଚିରଞ୍ଜୀବଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । 

ସୂଚନା ଅନୁସାରେ, ୨ ଦଣ ଅଭିଯୁକ୍ତ ବନ୍ଧମୁଣ୍ଡା ରେଳବାଇ ପଡିଆକୁ ଚିରଞ୍ଜିବଙ୍କୁ ଡାକିଥିଲେ । ପରେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ପୂର୍ବଶତୃତାକୁ କେନ୍ଦ୍ର କରି ଏହି ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାର ତଦନ୍ତ ଜାରି ରଖିଛି । 

Leave a Reply

Your email address will not be published. Required fields are marked *