ସର୍ବ ଶେଷରେ ସମ୍ବାଦିକଙ୍କ ଚୋରା ଗଞେଇ ଚାଲାଣ

ସର୍ବ ଶେଷରେ ସମ୍ବାଦିକଙ୍କ ଚୋରା ଗଞେଇ ଚାଲାଣ

ରାଜ୍ୟରେ ଦିନକୁ ଦିନ ଗଂଜେଇ ଚୋରା ମାଫିଆଙ୍କ ରାଜୁତି ବଢୁଥିବା ବେଳେ ଏମାନଙ୍କୁ ଧରିବା ପୋଲିସ୍ ପକ୍ଷରେ କଷ୍ଟକର ହୋଇପଡିଛି । 

ଏହାରି ଭିତରେ ଗଂଜେଇ ଚୋରା ଚାଲଣ ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ମାଲକାନାଗିରି ଜିଲ୍ଲା ପୋଲିସ । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ବୈପାରଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ଥିବା ଖବର ସାମ୍ନାକୁ ଆସିଛି। ଜବତ ହୋଇଥିବା ୧୫୨୦ କିଲୋଗ୍ରାମ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି । ଏପରି ଘଟଣା ଘଟିଛି ମାଲକାନାଗିରି ବଣ୍ଡାଘାଟିର ମୁଦୁଲିପଡା ରେ ।

ଏହି ଗଞ୍ଜେଇ ସବୁ ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରାଚାଲଣ ହେଉଥିଲା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଖୈରପୁଟ ଥାନା ପୋଲିସ ମୁଦୁଲିପଡା ରାସ୍ତାରେ ଚଢଉ କରିଥିଲା । ଚଢଉ ସମୟରେ କାର୍ ଓ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *