
ଦୁଇ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲଡି ନିକଟରେ ।
ମୃତ ମହିଳା ଜଣକ ଦମାଦୁଆ ଗାଁର ଶାନ୍ତିଲତା ନାୟକ ହୋଇଥିବା ବେଳେ ଆହତଙ୍କ ସୁଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ଆହାତ ହୋଇଥିବା ୭ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କେବଳ ଏତିକି ନୁହେଁ ଅଟୋ ପଛରେ ଆସୁଥିବା ଏକ ବାଇକ ମଧ୍ୟ ହଠାତ୍ ଭାରସ୍ୟାମ ହରାଇ ଅଟୋ କୁ ଧକ୍କା ଦେଇଛି । ଫଳରେ ବାଇକ ଆରୋହୀ ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି ।

