ବେଲଗୁଣ୍ଠାରେ ବିଜୁ ବାବୁଙ୍କ ୨୫ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ

ବେଲଗୁଣ୍ଠାରେ ବିଜୁ ବାବୁଙ୍କ ୨୫ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ

ଓଡ଼ିଶାର ମହାନ ଜନ ନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅପ୍ରେଲ ୧୭ ତାରିଖ ଦିନ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ । ଏହି ଅବସରରେ ବିଜୁ ବାବୁ ଓଡ଼ିଆ ଜାତିର ସ୍ୱାଭିମାନ ବୋଲି ମତ ପ୍ରକାଶ କରିଥିଲେ । ଉପାଧ୍ୟକ୍ଷା ଟି . ବବିତା ପାତ୍ର ଆଗାମୀ ଦିନରେ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ପୂର୍ବକ ଏହି ଅଞ୍ଚଳ ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କ୍ରମକୁ ହାତକୁ ନେଇ ସଫଳ ରୂପାୟନ କରାଯିବ ବୋଲି ମତ ଦେଇଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ପରେ ମେଡିକାଲ ରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ଙ୍କୁ ଫଳ, ମିଠା ବିତରଣ କରିଥଲେ । ଏହି ଅବସର ରେ କାଉନସିଲର ଭାସ୍କର ପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *