କେ ବରିଡ଼ା ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କେ ବରିଡ଼ା ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ. ବରିଡ଼ା ଠାରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀର ସ୍ମାରକୀ ଓ ଖଲ୍ଲିକୋଟ ରାଣୀ ସହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ଆଖପାଖ ପଞ୍ଚାୟତରୁ ସ୍ବେଚ୍ଛାକୃତ ଭାବେ ଯୁବକ, ମହିଳା ଏଥିରେ ସାମିଲ ହୋଇ ରକ୍ତଦାନ କରିଥିଲେ।ରକ୍ତ ଅଭାବରୁ କୌଣସି ବ୍ଯକ୍ତି ଯେମିତି ମୃତ୍ୟୁ ବରଣ ନ କରନ୍ତି ତାହାକୁ ଆଖି ଆଗରେ ରଖି ପ୍ରତିବର୍ଷ ବେଗୁନିଆପଡ଼ା ବ୍ଳକରେ ଏଭଳି ରକ୍ତଦାନ ଶିବିର ଆୟୋଜିତ ହେଉଛି। ବରିଷ୍ଠ ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରକୁ କେ. ବରିଡ଼ା ସରପଞ୍ଚ ପୂଜା ପ୍ରଧାନ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କେ ବରିଡ଼ା ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଗୌଡ଼, ଖଣ୍ଡିଆନଈ ସମିତି ସଭ୍ୟା କୁନି ପଲେଇ, ପ୍ରମୁଖ ଉପସ୍ଥିତ ଥିଲେ। ମୋଟ ୫୧ ୟୁନିଟ୍ ରକ୍ତ ଏହି ଶିବିରରୁ ସଂଗ୍ରହ କରାଯାଇଥିଲା ।

Leave a Reply

Your email address will not be published. Required fields are marked *