
ସମ୍ବଲପୁରରୁ କୋଲକାତାକୁ ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରିଥିଲେ। ତାଳଚେର ରୋଡ଼, MCLର ବଳରାମ ସାଇଟ୍, ତାଳଚେର, ସୁନାଖଣି, ବୁଢାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ଼ ଓ ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଅନୁଗୋଳ ଓ ଢେଙ୍କାନାଳ ଅଞ୍ଚଳରେ ପ୍ରାୟ ୨ହଜାର ୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି। ଖୁବ୍ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ୨ଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ରେଳ ଷ୍ଟେସନରେ ସମୀକ୍ଷା କରିବା ସହ ବିଭିନ୍ନ ରେଳ ପ୍ରକଳ୍ପ, ତାଳଚେର ଅନୁଗୁଳ ଲୁପ ଲାଇନ୍ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଶେଷରେ ତାଳଚେର ଷ୍ଟେସନ ଓ ସୁନାଖଣି ରେଳ ଷ୍ଟେସନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।