ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ

ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ

ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଅଭାବନୀୟ ଘଟଣା । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ ।ଆଜି ସକାଳୁ ସ୍କୁଲକୁ ଆସିଥିଲେ ମନୀଷା। ତେବେ ପ୍ରାର୍ଥନା ପାଇଁ ଠିଆ ହୋଇଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *