
ଧାମନଗର ଉପନିର୍ବାଚନ ନେଇ ବସିଥିବା ସର୍ବଦଳୀୟ ବୈଠକ ଶେଷ । ମୁକ୍ତ, ଅବାଧ ଓ ନିରପକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି । ତେବେ ଆଜିର ଏହି ବୈଠକରେ ବିଜେପି ଦାବି କରିଛି ଯେ, ପୂର୍ବରୁ ଅନୁମୋଦନ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ବର୍ତ୍ତମାନ ତ୍ବରାନ୍ବିତ ନକରି ନିର୍ବାଚନ ପର୍ଯ୍ୟନ୍ତ ବନ୍ଦ ରଖାଯାଉ । ପୁରୁଣା କାମ ନାଁରେ କେଉଁଠି ମୋରମ ପଡୁଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟି ପଡୁଛି । ଯାହା ଲୋକେ ପ୍ରଭାବିତ ହେଉଛନ୍ତି ଏବଂ ଭୋଟ ମଧ୍ୟ ପ୍ରଭାବିତ ହେଉଛି । ସେହି କାର୍ଯ୍ୟ ସବୁ ବନ୍ଦ ନ ହୁଏ । ତେବେ ବିଜେପି ସିଇଓ ଅଫିସ ଆଗରେ ଧାରଣା ଦେବୁ । ସେହିପରି କଂଗ୍ରେସ ଦାବି କରିଛି ଯେ, ନିର୍ବାଚନ ବେଳେ ପୋଲିସ ଜିପ୍ ଓ ସୁରକ୍ଷାରେ ଟଙ୍କା ବଣ୍ଟା ଯାଉଛି , ତାକୁ ବନ୍ଦ କରାଯାଉ । ଯେଉଁଠି ସବୁ ସମ୍ବେଦନଶୀଳ ବୁଥ ରହିଛି । ସେଠାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଉ । ସେପଟେ ବିଜେଡି କହିଛି ଯେ, ନିର୍ବାଚନ ସ୍ୱଚ୍ଛ ଓ ନିରପେକ୍ଷ ହୋଇ ପାରିବ ସେ ନେଇ ଆଲୋଚନା ହୋଇଛି । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ । ବୁଥରେ କୌଣସି ପରିବର୍ତ୍ତନ କରାଯାଇନାହି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।