ଅଙ୍ଗନବାଡ଼ି ଖୋଲିବ ଫେବୃଆରୀ ୧ରୁ ….

ଅଙ୍ଗନବାଡ଼ି ଖୋଲିବ ଫେବୃଆରୀ ୧ରୁ ….

ଭୁବନେଶ୍ୱର: ରାଜ୍ୟ ସରକାର ଫେବ୍ରୁଆରୀ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ଠୁ ନେବାକୁ ପଡିବ ଅନୁମତି ।

ADV-ଆଜିହିଁ ଦେଖନ୍ତୁ କୁସୁମ ଟିଭିରେ…

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ହେଲେ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ପାରିବ।ଏହି ନୂଆ ଗାଇଡ଼ ଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ମାନି ସତର୍କତାର ସହ ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିପାରିବେ। ଫେବୃଆରୀରେ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ ଶହ ଲୋକଙ୍କୁ ଅନୁମତି ମିଳିପାରିବ। ଇଣ୍ଡୋର ହଲ୍‌ରେ କ୍ଷମତାର ୫୦ ପ୍ରତିଶତ ସିଟ୍ ପାଇଁ ଅନୁମତି ଦିଆଯିବ।

Leave a Reply

Your email address will not be published. Required fields are marked *