ପୁଣି ଏକ ନକଲି ଘିଅ କାରଖାନା ଠାବ

ପୁଣି ଏକ ନକଲି ଘିଅ କାରଖାନା ଠାବ

କଟକ 30;01-କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି । ଭେଜାଲ ସାମଗ୍ରୀର ଅମରାବତୀ ପାଲଟିଛି କଟକ ।

କଟକ ଜିଲ୍ଲା ସିଡିଏ ସେକ୍ଟର 9 ରେ ଦୀର୍ଘ ଦିନ ହେଲା ଏକ ଅପମିଶ୍ରିତ ଘିଅ କାରଖାନା ଚାଲୁଥିଲା । ପୋଲିସ ଖବର ପାଇ ଆଜି ଏହି ନକଲି ଘିଅ କାରଖାନା ଉପରେ ଚଢାଉ କରିଛି । ଚଢାଉ ସମୟରେ ସେଠାରୁ 27 ଟି ଟିଣ ନିକଲି ଘିଅ ଜବତ କରାଯାଉଛି । ଘଟଣାସ୍ଥଳରୁ ନକଲି ଘିଅ କମ୍ପାନୀ ମାଲିକଙ୍କ ସମେତ 2ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ADV-ଆଜିହିଁ ଦେଖନ୍ତୁ କୁସୁମ ଟିଭିରେ…

କିଛି ଦିନ ହେଲା ରାଜ୍ୟରେ ନକଲି ଖାଦ୍ୟ ପାନୀୟ ସାମଗ୍ରୀ କାରଖାନା ଠାବ କରାଯାଉଛି । କଟକରେ ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ କାରଖାନା ଚାଲୁଥିବା ଠାବ ହେଉଛି ।

Leave a Reply

Your email address will not be published. Required fields are marked *