Skip to content
Navigation- Home
- ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ
ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ଦିନରେ ପ୍ରବଳ ଖରା ଆଉ ଅପରାହ୍ନରେ ପ୍ରବଳ ବର୍ଷା । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟକୁ କଲବଲ କରୁଛି କାଳବୈଶାଖୀ ବର୍ଷା । ରାଜ୍ୟରେ ଆଜି ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାରେ ଝଡପବନ ସହ ବିଜୁଳି, ଘଡଘଡି ହୋଇ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ବିଶେଷକରି କଟକ ଓ ଭୁବନେଶ୍ୱର ବାସିନ୍ଦାଙ୍କୁ ବେହାଲ କରିଥିଲା ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବାକୁ ଥିବାବେଳେ ଆଜି ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ବର୍ଷା ସମୟରେ ୪୦ ରୁ ୫୦ କିମି ବେଗରେ ବହିବ ପବନ । ଆସନ୍ତାକାଲି ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ବର୍ଷା ପାଇଁ ସହାୟକ ହେଉଛି । ୧୦ ତାରିଖ ପରେ ପରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବ ନାହିଁ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ବର୍ଷା କମିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।