
କୋରାପୁଟ ଡାକ ମଣ୍ଡଳରେ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ନକଲି ସାର୍ଟିଫିକେଟ ଧରା ପଡ଼ିବା ଘଟଣା । ଯାଞ୍ଚ ବେଳେ ଜାଲ ସାର୍ଟିଫିକେଟ ଜଣାପଡ଼ିବା ପରେ ୪ ଜଣ ଆଶାୟୀଙ୍କୁ ବାନ୍ଧିଲା ପୋଲିସ।
ସୂଚନା ଅନୁଯାୟୀ,ଡାକ ମଣ୍ଡଳରେ ଗ୍ରାମୀଣ ଡାକ ସେବକ ପାଇଁ ୩୨ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୩ ଜଣ ନକଲି ମାଟ୍ରିକ ସାର୍ଟିଫିକେଟ ଦେଇଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା ।ଖବର ପ୍ରସାରଣ ପରେ ବରିଷ୍ଠ ଡାକ ଅଧିକ୍ଷକ ପୋଲିସ ନିକଟରେଏନେଇ ଅଭିଯୋଗ କରିଥିଲେ ।ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ କୋରାପୁଟ ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ୨୨ ଜଣଙ୍କ ନାଁରେ ଜୟପୁର ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଗତକାଲି୪ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଳତାଡ ଆରମ୍ଭ କରିଛି। ଜାଲ ସାର୍ଟିଫିକେଟ ଚେର କେଉଁଠି ଲମ୍ବିଛି, ଏହା ପଛରେ କେଉଁମାନଙ୍କର ହାତ ରହିଛି ପୁଲିସ୪ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।