
କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ମହାସମାରୋହ ରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବଜାରପଡିଆ ଠାରୁ ଏକ ବିରାଟ ରେଲି ବାହାରି ଉମାଶଙ୍କର ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଆସିଥିଲା।ଏଥିରେ ଅଞ୍ଚଳରେ ଶହ ଶହ ମହିଳା, ଶିଶୁ, ଯୁବକ, ଯୁବତୀ,ବୃଦ୍ଧ ବୃଦ୍ଧା ସାମିଲ ହୋଇଥିଲେ।ବାବା ସାହେବ ଙ୍କ ଜୟଗାନ ସ୍ଲୋଗାନ ରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା।ପରେ ହାଇସ୍କୁଲ ପଡିଆ ଠାରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭବାନୀପାଟଣା ସନ୍ଧ୍ୟା ମହାବିଦ୍ୟାଳୟ ଅଧକ୍ଷ ଛବିଲାଲ ସାହୁ,କୋକସରା ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଦକ୍ଷ ଗୋବର୍ଦ୍ଧନ ବାଗ, ଥବିର ବାଗ ଅଧ୍ୟକ୍ଷ ପଞ୍ଚାୟତ ସମିତି ଜୟପାଟଣା, ଠାକୁର ମଙ୍ଗରାଜ ରାଷ୍ଟ୍ରୀୟ ପ୍ରଭାରୀ ମହିମା ଧମ୍ମ ସଙ୍ଘ ନୂଆଦିଲ୍ଲୀ ,ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ,ଏକ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଅଙ୍ଗଦ ମାଝୀ,ଜୟପାଟଣା ଗ୍ରାମପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ଦୁରିଆ ମଞ୍ଚାସିନ ଥିବା ବେଳେ ଜୟପାଟଣା ଆମ୍ବେଦକର ଅନୁଷ୍ଠାନର ସଭାପତି ଛାୟାକାନ୍ତ ବେନୁପାଣି, ରୁଦ୍ରପ୍ରସାଦ ପାଣିଗ୍ରାହୀ, ବିଭୁତିଭୂଷଣ ପାଣିଗ୍ରାହୀ, ସୁଶୀଲ କୁମାର ନାଏକ, ଚିତ୍ରସେନ ବାଗ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।
କଳାହାଣ୍ଡି ରୁ ଜୟକୃଷ୍ଣ ବେହେରା ଙ୍କ ରିପୋର୍ଟ କୁସୁମ ଟିଭି